ନକଲି ଚେକ୍‌ ‌ଦେଇ ବ୍ୟାଙ୍କରୁ ୨ କୋଟି ୮୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ଜଣେ ଗିରଫ

ଭୁବନେଶ୍ବର: ନକଲି ବ୍ୟାଙ୍କ ଚେକ୍‌ ଦେଇ ୨ କୋଟି ୮୭ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଭୁବନେଶ୍ବର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ରାଉରକେଲାରୁ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ରାଉରକେଲାସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆର ଚିଫ୍‌ ମ୍ୟାନେଜରଙ୍କ ଅଭିଯୋଗ କ୍ରମେ ଇଓଡବ୍ଲ୍ୟୁ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି। ଅଭିଯୁକ୍ତର ନାଁ ହେଲା ବି ମୂର୍ତ୍ତି ପିଲାଇ।

ସୂଚନା ଅନୁସାରେ ଇଓଡବ୍ଲ୍ୟୁ ବି ମୂର୍ତ୍ତି ପିଲାଇ ରାଉରକେଲା ବ୍ୟାଙ୍କ ଅଫ ଇଣ୍ଡିଆ ସିସି ଆକାଉଣ୍ଟ ଅଛି। ‌କୌଣସି ପ୍ରକାରରେ ସେ କର୍ଣ୍ଣାଟକ ଷ୍ଟେଟ କ‌ୋ-ଅପରେଟିଂ ମାର୍କେଟିଂ ଫେଡେରେସନ ଲିମିଟେଡ ର ଏକ ନକଲି ଚେକ ରଖିଥିଲା। ଏହାକୁ ବ୍ୟବହାର କରି କୌଶଳ କ୍ରମେ ୨ କୋଟି ୮୭ ଲକ୍ଷ ଉଠାଇ ନେଇଥିଲା। ଏହା ଥିଲା ଗତବର୍ଷ ନଭେମ୍ବର ୩ ତାରିଖର ଘଟଣା। ଅଭିଯୁକ୍ତ ପିଲାଇ ସେହି ୩ ତାରିଖରେ ୨ କୋଟି ୬୦ ଲକ୍ଷଟଙ୍କା ବି ଏମ୍‌ ପି ଆଣ୍ଡ ସନ୍‌ସ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡକୁ ପଠାଇ ଦେଇଥିଲା। ଏହି ଆକାଉଣ୍ଟଟି ଆଇସିଆଇସି ବ୍ୟାଙ୍କରେ ଥିଲା। ବଳକା ୨୭ ଲକ୍ଷରୁ ୨୨ ଲକ୍ଷ ଟଙ୍କାକୁ ଜଣେ ସଂପର୍କୀୟଙ୍କ ଆକାଉଣ୍ଟକୁ ପଠାଇଦେଇଥିଲା ଏବଂ ସେ ନିଜେ ୫ ଟଙ୍କା ରଖିଥିଲା। କିନ୍ତୁ ପରେ ବ୍ୟାଙ୍କ ଅଫ ଇଣ୍ଡିଆର ରାଉରକେଲା ଶାଖାର ଚିଫ ମ୍ୟାନେଜର ଅଂଜନ କୁମାର ସିଂ ଆଜଦ ଜାଣିବାକୁ ପାଇଲେ ଯେ, ବି ମୂର୍ତ୍ତି ପିଲାଇ ନକଲି ‌ବ୍ୟାଙ୍କ ଚେକ୍‌ ମାଧ୍ୟମରେ ବ୍ୟାଙ୍କରୁ ୨ କୋଟି ୮୭ ଲକ୍ଷ ଟଙ୍କା ଉଠାଇ ନେଇଛି। ଏହା ପରେ ସେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ଇଓଡବ୍ଲ୍ୟୁ ଆଜି ରାଉରକେଲାରୁ ସଂପୃକ୍ତ ଅଭିଯୁକ୍ତ ପିଲାଇକୁ ଗିରଫ କରିଛି।

The post ନକଲି ଚେକ୍‌ ‌ଦେଇ ବ୍ୟାଙ୍କରୁ ୨ କୋଟି ୮୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ଜଣେ ଗିରଫ first appeared on Sambad.



from ରାଶିଫଳ – Sambad https://ift.tt/2XjPRT3

Post a Comment

0 Comments